Shikhara O Buddhapada
₹250.00
By : Ananta Kumar Giri
Language : Odia
ISBN : 978-1990494222
Paperback : 230 pages
Dimensions : 5.5 x 8.5 Inches
Description
ଗବେଷଣା ଏବଂ ଅନ୍ଵେଷାର ପରିସର ଭିତରେ ଦୈନନ୍ଦିନ ଜୀବନର ଘଟଣା, ସାକ୍ଷାତ, ଆଳାପ ଆଲୋଚନା, ଓ ଚିନ୍ତନରୁ ଅଙ୍କୁରିତ ହୋଇଥିଲେ ମଧ୍ୟ ଅନନ୍ତ କୁମାର ଗିରିଙ୍କ ରଚିତ “ଶିଖର ଓ ବୁଦ୍ଧପାଦ” ର କବିତା ଗୁଡିକ ବ୍ୟକ୍ତିକୈନ୍ଦ୍ରିକ ଭାବଧାରାଠୁ ଅନେକ ଉର୍ଦ୍ଧ୍ୱରେ । ବ୍ୟକ୍ତି ସତ୍ତାର ଅସମର୍ଥତା, ନାଚାରପଣ, ଅସହାୟବୋଧ, ଅପୂର୍ଣ୍ଣତାବୋଧ ଇତ୍ୟାଦି ଚେତନାର ସ୍ପର୍ଶରୁ ଦୂରରେ । ସ୍ନେହ, ପ୍ରେମ, କରୁଣା ଦେଇ ଫୁଟି ଉଠୁଥିବା ଏହି କବିତା ସମୂହ ବିଶ୍ୱଚେତନାରେ ସମ୍ମିଳିତ । ସାମାଜିକ, ସାମୁହିକ ଏବଂ ଜାଗତିକ ଦାୟିତ୍ୱବୋଧରେ ସଜ୍ଜିବୀତ । ଏକ ନୂତନ ଆଲୋକ, ଏକ ନୂତନ ସମ୍ବନ୍ଧ, ଏକ ନୂତନ ପୃଥିବୀ, ଓ ଏକ ନୂତନ ଆକାଶର ବାର୍ତ୍ତା ବହୁଥିବା ଏହି କବିତା ସଂକଳନ “ଶିଖର ଓ ବୁଦ୍ଧପାଦ” ପାଠକ ମାନଙ୍କୁ ଏକ ଅପାର୍ଥିବ ଆନନ୍ଦର ସ୍ୱାଦ ଦେଇପାରିବ ବୋଲି ଆଶା ଓ ବିଶ୍ୱାସ ।
Reviews
There are no reviews yet.