Itara Kahani

275.00

By : Devdas Chhotray, Prasanna Kumar Hota
Language ‏: ‎ Odia
ISBN‏ : ‎978-1990494093
Paperback ‏ : ‎ 240 pages
Dimensions ‏ : ‎ 5.5 x 8.5 Inches

Description

କାହାଣୀଟିଏ ଖାଲି ଲେଖା ଯାଏନା – ପଢ଼ାଯାଏ, ବୁଝାଯାଏ, ପୁଣି ପଢ଼ାଯାଏ – ବହି ଖୋଜି ଖୋଜି କାହାଣୀ ପଢ଼ାଯାଏ । ଏହି ପାଠକତ୍ୱରୁ ପୁଣି ସୃଷ୍ଟି ହୁଏ ଅନନ୍ୟ କାହାଣୀ । ଏହିଭଳି କିଛି ବିଶ୍ୱ ସାହିତ୍ୟ ଏବଂ ଓଡ଼ିଆ ସାହିତ୍ୟ କାହାଣୀରେ ପରିପୁଷ୍ଟ ଶ୍ରୀ ଦେବଦାସ ଛୋଟରାୟ ଏବଂ ଶ୍ରୀ ପ୍ରସନ୍ନ କୁମାର ହୋତାଙ୍କ ଦ୍ଵାରା ସଂକଳିତ ଆମର ଏ “ଇତର କାହାଣୀ” ।
ବିଦ୍ରୋହକୁ କ୍ଷମତାପନ୍ନ ଶକ୍ତି ଏକ ଇତର ଭାବର ସଂଜ୍ଞା ଦିଏ । ତାରି ପ୍ରତ୍ୟୁତ୍ତରରେ ବିଶାଳ Subaltern Literatureର ସୃଷ୍ଟି । ପ୍ରେମ, ବିଶେଷକରି ଦୈହିକ ପ୍ରେମ, ସ୍ଥଳ ଓ କାଳ ବିଶେଷରେ ଯେଉଁ ବାତ୍ୟା-ଆମନ୍ତ୍ରଣକାରୀ ଲଘୁଚାପ ସୃଷ୍ଟିକରେ, ତାକୁ Valentine’s Day ର ସଂଚାଳକ ମାନେ ଇତର ଭାବର ସଂଜ୍ଞା ଦେଇପାରନ୍ତି । ଆମର ସ୍ମୃତିରେ ରହିଛି ଉଚ୍ଚାଟନ ଆଉ ଆମ ଧୀଶକ୍ତିରେ ରହିଛି କୌତୁହଳ । ଏ ଦୁଇଟି ଯାକର ଆକସ୍ମିକ ମିଶ୍ରଣରେ ତିଆରି ହୁଏ ଇତର ମୁହୂର୍ତ୍ତ ମାନଙ୍କର ଅଲଂଘ୍ୟ ରସାୟନ ।
ହେଲେ ଇତର ଭାଷାରେ ଯେଉଁ ବ୍ୟାକରଣହୀନ, ନିରାଡ଼ମ୍ବର ଚାପଲ୍ୟ ଆଉ ଅନ୍ତରଙ୍ଗତା ରହିଛି, ତା King’s Englishର ଦୂରକୁ ଠେଲିଦେଉଥିବା ସମ୍ଭ୍ରାନ୍ତପଣରେ ନାହିଁ ।
“ଇତର କାହାଣୀ” ମଣିଷ ମନର ନିଷିଦ୍ଧ ଅଞ୍ଚଳର ରସରଞ୍ଜିତ ଭରା କାରୁଣ୍ୟର କଥା ।

Reviews

There are no reviews yet.

Be the first to review “Itara Kahani”

Your email address will not be published. Required fields are marked *