Aama Rushi Sanskruti

160.00

By  Sampadananda Mishra
Paperback ‏ : ‎ 134 pages
ISBN-13 ‏ : ‎ 978-1990494130
Dimensions ‏ : ‎ 5.5 x 8.5 Inches

Description

ଭାରତ ବର୍ଷର ଇତିହାସ, ଐତିହ୍ୟ, ଅଧ୍ୟାତ୍ମ, ଧର୍ମ, ଓ ଜ୍ଞାନ ବିଜ୍ଞାନ ପରମ୍ପରାର ମୂଳ ହେଉଛି ଆମର ଋଷି ସଂସ୍କୃତି I ଭାରତର ପ୍ରାଚୀନ ମୁନିଋଷି ମାନଙ୍କର ପୂତ ପବିତ୍ର ଆସ୍ପୃହା, କଠୋର ତପସ୍ୟା, ଓ ସର୍ବଭୂତହିତ କାମନା ଆଦିର ପରିଣାମ ବଶତଃ ଆଜି ମଧ୍ୟ ସମଗ୍ର ପୃଥିବୀକୁ ଭାରତର ସଂସ୍କୃତି ଓ ସଭ୍ୟତା ଆକୃଷ୍ଟ କରୁଛି ଏବଂ କରୁଥିବ ମଧ୍ୟ I ଭାରତବର୍ଷର ଏହି ସୁମହାନ ଋଷି ପରମ୍ପରା ବିଷୟକ କିଛି ତଥ୍ୟ ଓ ତତ୍ତ୍ୱ ସମ୍ବନ୍ଧରେ ଜିଜ୍ଞାସୁ ମାନଙ୍କୁ ଅବଗତ କରାଇବାର ଏକ ଲଘୁ ପ୍ରୟାସ ଏ ପୁସ୍ତକଟିରେ କରାଯାଇଛି I ଏହି ପୁସ୍ତକଟିର ଲେଖକ ଶ୍ରୀ ସମ୍ପଦାନନ୍ଦ ମିଶ୍ର ଜଣେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂସ୍କୃତ ବିଦ୍ୱାନ I ବିଗତ ୮ ବର୍ଷ ହେଲା ସେ ଚବିଶି ଘଣ୍ଟିଆ ସଂସ୍କୃତ ଦିବ୍ୟବାଣୀ ରେଡ଼ିଓର ସଞ୍ଚାଳନା କରି ଆସୁଛନ୍ତି I ୨୦୧୮ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଳ ପୁରସ୍କାର ମଧ୍ୟ ପ୍ରାପ୍ତ ହୋଇଛନ୍ତି I ଗତ ପଚିଶି ବର୍ଷ ଧରି ପୂଣ୍ୟଭୂମି ପଣ୍ଡିଚେରୀରେ କର୍ମରତ ରହି ଅଧୁନା ସୋନେପତ ର ରୂଷିହୁଡ ବିଶ୍ବ ବିଦ୍ୟାଳୟରେ ବରିଷ୍ଠ ପ୍ରାଧ୍ୟାପକ ରୂପେ କାର୍ଯ୍ୟ ରତ I

Reviews

There are no reviews yet.

Be the first to review “Aama Rushi Sanskruti”

Your email address will not be published. Required fields are marked *